କ୍ୟାବିନେଟ୍ ବୈଠକ: ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ସରକାର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହାସହିତ ଘଟଗାଁ ତାରିଣୀ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ୨୨୬ କୋଟି ମଞ୍ଜୁରୀ କରାଯାଇଛି ।
Powered by Froala Editor