ଦୁର୍ଗାପୂଜା: ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୂଚନା ଦେଇ କହିଛନ୍ତି ଏଥର ଟ୍ୱିନସିଟିରେ ୬୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ କର୍ମଚାରୀଙ୍କ ସହିତ ୨୦ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହୋଇଛନ୍ତି । ମୋଟ ୧୯୩ ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪ଟି ମଣ୍ଡପରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଏହାସହିତ ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ । ପୂଜା ପାଇଁ ସମସ୍ତ ସହଯୋଗ ଲୋଡିଛନ୍ତି ପୁଲିସ କମିଶନର ଏସ୍.ଦେବଦତ୍ତ ସିଂହ ।
Powered by Froala Editor