ବିଜୟଙ୍କ ନିର୍ବାଚନ ପ୍ରଚାର ରାଲିରେ ଦଳାଚକଟା ଘଟଣା : ୩୯ ଛୁଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ତାମିଲନାଡୁର କରୁର୍ଠାରେ ତାମିଲ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ନିର୍ବାଚନ ପ୍ରଚାର ରାଲିରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ୧୦ ଜଣ ଶିଶୁ ଏବଂ ୧୬ ମହିଳା ଥିବା ଜଣାପଡିଛି। ଦଳାଚକଟାରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ କରୁର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସମେତ ଅନ୍ୟ ଘରୋଇ ଡାକ୍ତରଖାନା ଗୁଡିକରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
Powered by Froala Editor