ଜଳିଗଲା ମାଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭୁବନେଶ୍ଵର : ନୂଆପଡା ୩୫୩ ଜାତୀୟ ରାଜପଥରେ ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ସୂଚନା ଅନୁଯାୟୀ ରବିବାର ଭୋରରୁ ଏକ ଟ୍ରକ୍ ଛତିଶଗଡ଼ ରାୟପୁରରୁ କେସିଙ୍ଗା ଅଭିମୁଖେ ଯାଉଥିଲା। ହଠାତ୍ ଉଦ୍ୟାନବନ୍ଧ ନିକଟରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଲକ୍ଷାଧିକ ମୂଲ୍ୟର ଗ୍ରୋସରୀ ଓ କସମେଟିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବରପାଇ କୋମନା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
Powered by Froala Editor