ଗିରଫ ହେଲା କୁଖ୍ୟାତ ବନ୍ଧୁକ ବେପାରୀ

ଭୁବନେଶ୍ବର: ଭୁବନେଶ୍ବରରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ଏକ କୁଖ୍ୟାତ ବନ୍ଧୁକ ବେପାରୀ କମିସନରେଟ ପୁଲିସ ସ୍ପେଶାଲ କ୍ରାଇମ୍ ୟୁନିଟ୍ (ଏସ୍ସିୟୁ) ହାତରେ ଧରାପଡ଼ିଛି। ଗିରଫ ଅଭିଯୁକ୍ତ ହେଲା ଜଗତସିଂହପୁର ଜିଲା କୃଷ୍ଣ ନନ୍ଦପୁର ଥାନା ଇଟାଟିକିରି ଗାଁର ସେଖ ନଦିମ୍(୩୧)। ନଦିମ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୫ଟି ଅପରାଧିକ ମାମଲା ରହିଛି। ଶନିବାର ତାକୁ ଅଦାଲତ ଚାଲାଣ କରାଯାଇଛି। ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅଭିଯୁକ୍ତ ନଦିମକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ଏସ୍ ଦେବଦତ୍ତ ସିଂହ କହିଛନ୍ତି।
ନଦିମ୍ ବନ୍ଧୁକ ବିକ୍ରି ପାଇଁ ଭୁବନେଶ୍ବରରେ ଥିବା ଖବର ପାଇ ଏସ୍ସିୟୁ ମୁଖ୍ୟ ଅନୁପ କୁମାର କାନୁନଗୋ ସଦଳବଳ ଧଉଳି ଛକ ନିକଟରେ ଜଗି ରହିଥିଲେ। ଭୋର ପ୍ରାୟ ୫ଟାରେ ଆସି ପହଞ୍ଚିବା ମାତ୍ରେ ଜଗି ରହିଥିବା ପୁଲିସ ଦଳ ତାକୁ କାବୁ କରିଥିଲେ। ଯାଞ୍ଚ କରିବା ପରେ ତା’ ବ୍ୟାଗରୁ ୧୦ଟି ପିସ୍ତଲ ଓ ୧୮ଟି ଗୁଳି ପାଇଥିଲେ। ବାଇକ ଓ ମୋବାଇଲ୍ ଫୋନ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତକୁ ଆଣି ଜେରା କରିବା ପରେ ତା’ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା।
ବିହାର ମୁଙ୍ଗେରରୁ ଅଭିଯୁକ୍ତ ନଦିମ ବନ୍ଧୁକ ଆଣୁଥିଲା।
Powered by Froala Editor