ଝୁଲି ପଡ଼ିଲେ ଛାତ୍ର
ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ନିକଟ ତଥା କଲେଜ ରୋଡରେ ରହୁଥିବା ଛାତ୍ର ରୁଦ୍ର ନାରାୟଣ ବେହେରା (୨୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରୁଦ୍ର ଜିଆଇଇଟି ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ତାଙ୍କ ଘର ଛତ୍ରପୁର ବୋଲି ଜଣାପଡ଼ିଛି। ଗୁରୁବାର ସଂଧ୍ୟାରେ ମାଆ ବାହାରକୁ ଯାଇ ଥିବାବେଳେ ଛାତ୍ର ଜଣଙ୍କ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ। ପୁଲିସ ଏ ସଂପର୍କରେ ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor