ସମସ୍ତଙ୍କ ଆଗରେ କୋଟି କୋଟି ଟଙ୍କାର ଡ୍ରଗ୍ସ ପୋଡ଼ିଦେଲେ ଆସାମ ମୁଖ୍ୟମନ୍ତ୍ରୀ

ନିଶା ନିବାରଣ ପାଇଁ ନିଜେ ପଦକ୍ଷେପ ନେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ୨ କୋଟି ଟଙ୍କାର ଡ୍ରଗ୍ସ ଓ ନିଶା ଔଷଧକୁ ନିଜେ ନିଆଁ ଲଗାଇ ଦେଇଛନ୍ତି । ଦୁଇ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟରେ ୧.୦୨୫ କିଲୋଗ୍ରାମ ହେରୋଇନ୍ , ୧୨୦୦ କିଲୋଗ୍ରାମ ଗଂଜେଇ , ୩ କିଲୋଗ୍ରାମର ଅଫିମ ପୋଡି ଦିଆଯାଇଛି।
ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବକମାନଙ୍କ ଦ୍ୱାରା ନିଶା ସେବନ ଏବଂ କାରବାର ଯୋଗୁଁ ଆସାମ, ପଞ୍ଜାବ ଭଳି ହେବାକୁ ଯାଉଛି । ଆମେ ପଞ୍ଜାବରେ ନିଶା ସେବନର ଗୁରୁତର ସମସ୍ୟା ବିଷୟରେ ଶୁଣିଛୁ। କିନ୍ତୁ ଗତ ଦୁଇ ମାସ ମଧ୍ୟରେ ଆମର ଡ୍ରଗ୍ ବିରୋଧୀ ଅଭିଯାନରୁ ଜଣାପଡିଛି ଯେ ଆମ ରାଜ୍ୟ ମଧ୍ୟ ଡ୍ରଗ୍ସ କବଳକୁ ଧୀରେ ଧୀରେ ଚାଲିଯାଉଛି । ତେଣୁ ଏହାକୁ ଅଟକାଇବାକୁ ଡ୍ରଗ୍ସ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ । ତେଣୁ ଦୁଇ ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଘୋଷଣା କରିଥିଲେ ଯେ, ଜବତ ହୋଇଥିବା ଡ୍ରଗ୍ସକୁ ଜୁଲାଇ ୧୭ ଏବଂ ଜୁଲାଇ ୧୮ ରେ ଗୋଲାଘାଟ, ଦିଫୁ, ନାଗାଓଁ ଏବଂ ହୋଜାଇରେ ସର୍ବସାଧାରଣରେ ପୋଡି ଦିଆଯିବ। ଯାହାକି ସେ କରି ଦେଖାଇଛନ୍ତି ଏବଂ ନିଶା ନିବାରଣ ପାଇଁ ବାର୍ତ୍ତା ଦେଇଛନ୍ତି ।
Powered by Froala Editor