ରେଡ୍ ଚିଲିଜ ବିରୋଧରେ ମାନହାନୀ ମାମଲା କଲେ ସମୀର ୱାଙ୍ଖେଡେ

ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ ଏଣ୍ଟରନେଟନମେଣ୍ଟ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି ମୁମ୍ବଇର ପୂର୍ବତନ ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅଧିକାରୀ ସମୀର ଓ୍ବାଙ୍ଖେଡେ। ସମୀର ୱାଙ୍ଖେଡେ ନେଟ୍ଫ୍ଲିକ୍ସ ସିରିଜ୍ ‘ଦି ବା***ଡସ୍ ଅଫ୍ ବଲିଉଡ୍’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି।
ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦେଶିତ ପ୍ରଥମ ଓ୍ବେବ ସିରିଜକୁ ନେଇ ଓ୍ବାଙ୍ଖେଡେ ଏହି ମାମଲା ରୁଜୁ କରିଛନ୍ତି। ଓ୍ବେବ ସିରିଜରେ ତାଙ୍କ ଚରିତ୍ର ସଂହାର କରାଯାଇଛି, ଯାହା ତାଙ୍କ ସମ୍ମାନହାନୀ କରିଛି ବୋଲି ସମୀର ଦର୍ଶାଇଛନ୍ତି। ନେଟଫ୍ଲିକ୍ସ ଏବଂ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମକୁ ମଧ୍ୟ ସେ ପକ୍ଷଭୁକ୍ତ କରିଛନ୍ତି।
ସମୀର ଆବେଦନରେ ଦର୍ଶାଇଛନ୍ତି ଯେ, ଏହି ଓ୍ବେବସିରିଜ ନିଶା ବିରୋଧୀ ଏନଫୋର୍ସମେଣ୍ଟ ସଂସ୍ଥାଗୁଡ଼ିକୁ ନେଇ ନକାରାତ୍ମକ ବାର୍ତ୍ତା ପ୍ରଦାନ କରୁଛି। ଯାହାଫଳରେ ସଂସ୍ଥାଗୁଡ଼ିକ ଉପରେ ଜନସାଧାରଣଙ୍କ ଭରସା ହ୍ରାସ ପାଇବ।
ସୂଚନାଯୋଗ୍ୟ, ୨୦୨୧ରେ ଆର୍ଯ୍ୟନ ଖାନଙ୍କୁ ମାଦକ ଦ୍ରବ୍ୟ ମାମଲାରେ ଗିରଫ କରିଥିବା ୱାଙ୍ଖେଡେ ଏହି ସିରିଜ୍କୁ ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲା ବର୍ତମାନ ବମ୍ବେ ହାଇକୋର୍ଟ ଓ NDPS ସ୍ପେଶାଲ କୋର୍ଟରେ ବିଚାରାଧୀନ ରହିଛି।
Powered by Froala Editor