ମହାବାତ୍ୟା ‘ରାଗାସା’ ପ୍ରଭାବରେ ତାଇୱାନରେ ୧୭ ମୃତ
ବେଜିଂ: ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା ‘ରାଗାସା’ ବୁଧବାର ସନ୍ଧ୍ୟାରେ ଚୀନ ଉପକୂଳ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଛି। ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ସମୟ ଅପରାହ୍ଣ ୫ଟାରେ ଏହା ଗୁୱାଙ୍ଗଡଙ୍ଗ ପ୍ରଦେଶର ହେଲିଂ ଦ୍ବୀପ ନିକଟରେ ସ୍ଥଳଭାଗ ଛୁଇଁଛି। ମହାବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବହିବା ଆରମ୍ଭ କରିଛି। ପବନର ବେଗ ଘଣ୍ଟାପ୍ରତି ୨୪୧ କିମିକୁ ବୃଦ୍ଧି ପାଇବାର ଅନୁମାନ କରାଯାଇଛି। ଚୀନର ଦକ୍ଷିଣ-ପୂର୍ବ ଗୁୱାଙ୍ଗଡଙ୍ଗ ପ୍ରଦେଶରେ ଏହା ଲ୍ୟାଣ୍ଡଫଲ କରିବା ପୂର୍ବରୁ ତାଇୱାନାରେ ଏହା ବ୍ୟାପକ କ୍ଷତି ଘଟାଇଛି। ‘ରାଗାସା’ ପ୍ରଭାବରେ ତାଇୱାନରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୩୦ଜଣ ନିଖୋଜ ହୋଇଛନ୍ତି। ରାଗାସା ସ୍ଥଳ ଭାଗ ଛୁଇଁବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦକ୍ଷିଣ ଚୀନରେ ୨୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି। ବର୍ଷା ଓ ପବନ ସମୟରେ ମାଟି ଅତଡା ଧସିବା ଆଶଙ୍କା ପରି ଗୁୱାଙ୍ଗଡଙ୍ଗ ପ୍ରଦେଶ ପାଇଁ ରେଡ ଆଲଟ୍ ଜାରି କରାଯାଇଛି।
Powered by Froala Editor