ତିନି ଦିନ ହେଲା ଚଢାଉ ଜାରି, ଜବତ ହେଲା ୧୫ ଶହ ଟନ୍ ଧଳା ପଥର
ଭୁବନେଶ୍ବର : ବେଆଇନ୍ ପଥର ଖଣିରେ ଖଣି ବିଭାଗ ଚଢାଉ କରି ପ୍ରାୟ ୧୫ ଶହ ଟନ୍ ଧଳା ପଥର ଜବତ କରିଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣିରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ଜାରି ରହିଛି। ସୂଚନା ଅନୁଯାୟୀ ବୀର ମହାରାଜପୁର ଅଞ୍ଚଳର ତେଲିପାଲି , ଲୁଦୁମୁଣ୍ଡା, ଅମାତପାଲି , ବହଲପଦର, ଅମରପାଲି, ଭାଲୁଡୁଙ୍ଗୁରି ଭଳି ଅନେକ ସ୍ଥାନରୁ ବେଧଡକ ଭାବେ ଖଣିଜ ପଥର ଲୁଟ୍ ହେଉଥିବାର ଅଭିଯୋଗ ହେଉଥିଲା। ଖଣି ବିଭାଗ ପକ୍ଷରୁ କିଛି ସ୍ଥାନରେ ଚଢାଉ କରାଯାଇ ଫାଇନ୍ ଆଦାୟ କରାଯାଉଥିଲା ତଥାପି କିଛି ସୁଫଳ ମିଳୁନଥିଲା।
ତେଣୁ କୌଣସି ସୂତ୍ରରୁ ଖବର ପାଇ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ତେଲିପାଲି ଅଞ୍ଚଳରୁ ପ୍ରାୟ ୯ ଶହ ଟନ, ବହଳପଦର ଅଞ୍ଚଳର ଖଣି ରୁ ପ୍ରାୟ ୧୬୦ ଟନ, ଲୁଦୁମୁଣ୍ଡା ଖଣି ରୁ ପ୍ରାୟ ୧୮୦ ଟନର ଧଳା ପଥର ଜବତ ହୋଇଛି।
Powered by Froala Editor