ଭାରତୀୟ ନୌସେନାରେ ସାମିଲ ହେଲା ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟର
ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବାକୁ ଭାରତୀୟ ନୌସେନାରେ ସାମିଲ ହୋଇଛି ୨ଟି ଆମେରିକା ନିର୍ମିତ ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ହେଲିକପ୍ଟର ସମୁଦ୍ର ଉପରେ ଉଡ଼ି ସର୍ଚ୍ଚ ଅପରେସନ କରିବା ସହ ଆବଶ୍ୟକ ସ୍ଥଳରେ ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ସେହିପରି ଏହା ଶତ୍ରୁ ପକ୍ଷକୁ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖିଛି। ଆମେରିକା ଏପରି ୨୪ଟି ହେଲିକପ୍ଟର ନୌସନାକୁ ଦେବ। ଏହି ୨୪ଟି ହେଲିକପ୍ଟରର ମୋଟ ମୂଲ୍ୟ ପ୍ରାୟ ୨.୪ ବିଲିୟନ ଡଲାର ( ପ୍ରାୟ ୧୮ ହଜାର କୋଟି ଟଙ୍କା) ହେବ । ପ୍ରଥମ ଦଫାରେ ଦୁଇଟି ହେଲିକପ୍ଟର ମିଳିଛି। ନୌସେନା ପକ୍ଷରୁ ଏହି ହେଲିକପ୍ଟରକୁ ଆମେରିକା ଠାରୁ ସାନ ଡିଏଗୋ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁ ଏହାକୁ ଗ୍ରହଣ କରିଛନ୍ତି। ଏହି ଅବସରରେ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ରବନିତ୍ ସିଂ ମଧ୍ୟ ଉପସ୍ଥିତ ଥିଲେ ।
ହେଲିକପ୍ଟର ଚଳାଇବା ପାଇଁ ଭାରତୀୟ ପାଇଲଟମାନେ ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କୁହାଯାଇଛି । ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ । ପାଣି ଭିତରେ ଶତ୍ରୁର ଚକ୍ରବ୍ୟୁହକୁ ଏହା ଭେଦ କରିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।
Powered by Froala Editor