ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ
ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତର ଦିନକ ପୂର୍ବରୁ ଶେଷ ହୋଇଛି। ମାତ୍ର ୬ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଛି । ଏହି ଅଧିବେଶନ ଆରମ୍ଭରୁ ବାରମ୍ବାର ହୋହଲ୍ଲା ଯୋଗୁଁ ମୁଲତବୀ ହୋଇଥିଲା ।
କଂଗ୍ରେସ ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ମାତ୍ର ବାଚସ୍ପତି ତାହାକୁ ଗ୍ରହଣ କରି ନଥିଲେ । ନାରୀ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଏଥରର ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା । ଗୋଟିଏ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଥିଲା ।
ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। ତେବେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ କାର୍ଯ୍ୟ ମୁଲତବି ରଖିଛନ୍ତି। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଛନ୍ତି।
ତେବେ ମୌସୁମୀ ଅଧିବେଶନରେ ସାତଟି କାର୍ଯ୍ୟ ଦିବସ ଥିବା ବେଳେ ଛଅଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି।
Powered by Froala Editor