ବିଧାନସଭା ଘେରାଉ ଉଦ୍ୟମ ବେଳେ ମହିଳା କଂଗ୍ରେସ କର୍ମୀଙ୍କୁ ଉଠେଇନେଲା ପୁଲିସ
ଭୁବନେଶ୍ବର: ରାଜ୍ୟରେ ନାରୀ ନିର୍ଯାତନା ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିଛନ୍ତି ରାଜ୍ୟ ମହିଳା କଂଗ୍ରେସର କର୍ମକର୍ତ୍ତା । ଲୋୟର ପିଏମଜିରେ ଶହ ଶହ ମହିଳା କଂଗ୍ରେସ ସଭାନେତ୍ରୀମାନେ ଏକାଠି ହୋଇ ବିଧାନସଭା ଘେରାଉ କରିବାକୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛି ।
ଅଭିନବ ଉପାୟରେ ପ୍ରତିବାଦ କରିବା ସହ ଫୁଲକୋବି ମାଡ କରିଥିଲେ । ବିଧାନସଭା ସମ୍ମୁଖରେ ମହିଳା କଂଗ୍ରେସ କର୍ମକର୍ତ୍ତା ଆନ୍ଦୋଳନ କରିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଇସ୍ତଫା ଦାବି କରିଛନ୍ତି ।
Powered by Froala Editor