ହଟ୍ଟଗୋଳ କରୁଛନ୍ତି କଂଗ୍ରେସ ବିଧାୟକ, ଜାରି ରହିଛି ପ୍ରଶ୍ନଉତ୍ତର କାଳ
ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରେ ଗୃହରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଛନ୍ତି । ଅହେତୁକ ବୃଦ୍ଧି ପାଇଥିବା ନାରୀ ନିର୍ଯାତନା ଓ ଅପରାଧ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇଛନ୍ତି କଂଗ୍ରେସର ୧୪ ଜଣ ବିଧାୟକ ।ଏହାରି ଭିତରେ ଜାରି ରହିଛି ପ୍ରଶ୍ନଉତ୍ତର କାଳ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ।
Powered by Froala Editor