'କଂଗ୍ରେସକୁ ଭୟଶୂନ୍ୟ ନେତା ଦରକାର'
ନୂଆଦିଲ୍ଲୀ : କଂଗ୍ରେସରେ ଦଳୀୟ ସଙ୍କଟ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ରାହୁଲ କହିଛନ୍ତି, କଂଗ୍ରେସକୁ ଭୟଶୂନ୍ୟ ନେତା ଦରକାର । ଦଳରେ ଯେଉଁମାନେ ଭୟାଳୁ ସେମାନଙ୍କୁ ଦଳରୁ ବାହାର କରିଦେବା ଉଚିତ । ଦଳ ବାହାରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିର୍ଭିକ । ସେମାନଙ୍କୁ ଦଳରେ ସ୍ୱାଗତ କରାଯିବ । ତେବେ ଯେଉଁମାନେ ଦଳରେ ରହି ଭୟ କରୁଛନ୍ତି ସେମାନେ ଦଳ ଛାଡ଼ି ଆରଏସଏସକୁ ପଳାନ୍ତୁ । ସେମାନଙ୍କର ଆବଶ୍ୟକତା ଆଦୌ ନାହିଁ ବୋଲି ରାହୁଲ କହିଛନ୍ତି । ରାହୁଲ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇଏଭଳି ମନ୍ତବ୍ୟ ଦେବା ଚର୍ଚ୍ଚାର ବିଷୟ ହୋଇଛି । ଅଧିକାଂଶ ବରିଷ୍ଠ କଂଗ୍ରେସ ନେତା ଜି-୨୩ ଗୋଷ୍ଠୀରେ ଅଛନ୍ତି । ରାହୁଲଙ୍କ ଏହି ବାର୍ତ୍ତା ଅନେକ କିଛି କଥା କହୁଛି । ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦଳକୁ ଆଣିବା ପରିପ୍ରେକ୍ଷୀରେ ରାହୁଲ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି କୁହାଯାଉଛି ।
Powered by Froala Editor