ମୋଦି ଏବଂ ତାଙ୍କ ମାଆଙ୍କୁ ନେଇ AI ଭିଡିଓ, କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ତିଆରି ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ FIR ରୁଜୁ କରିଛି ପୋଲିସ। ଦିଲ୍ଲୀ ବିଜେପି ନିର୍ବାଚନ ସେଲ୍ ସଂଯୋଜକ ସଙ୍କେତ ଗୁପ୍ତାଙ୍କ ଅଭିଯୋଗ ଉପରେ ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି।
‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ବର୍ଗତ ମାଆଙ୍କ ପ୍ରତିଛବିକୁ ମଳିନ ଏବଂ ଅପମାନିତ କରିବା – ଏହା ମହିଳାଙ୍କ ଆଇନ, ନୈତିକତା ଏବଂ ମର୍ଯ୍ୟାଦାର ଘୋର ଉଲ୍ଲଂଘନ’ ପାଇଁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ଧାରା ୧୮(୨), ୩୩୬(୩), ୩୩୬(୪), ୩୪୦(୨), ୩୫୨, ୩୫୬(୨) ଏବଂ ୬୧(୨) ଅନୁଯାୟୀ ଏହି FIR ରୁଜୁ କରାଯାଇଛି।
ଭାଜପା ନେତା ସଙ୍କେତ ଗୁପ୍ତା କହିଛନ୍ତି, ‘ଏହି ଏଆଇ ଜେନେରେଟେଡ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସ୍ବର୍ଗତ ମାଆଙ୍କ ପ୍ରତିଛବିକୁ ଭୁଲ ଭାବରେ ଦର୍ଶାଯାଇଛି। ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବିକୁ ଆଘାତ ଦେବା ପାଇଁ ତିଆରି କରାଯାଇନାହିଁ, ବରଂ ଏହା ମହିଳାଙ୍କ ମର୍ଯ୍ୟାଦା ଏବଂ ମାତୃତ୍ୱ ପ୍ରତି ଘୋର ଅପମାନ।’
୧୦ ସେପ୍ଟେମ୍ବର, ୨୦୨୫ ସନ୍ଧ୍ୟା ୬:୧୨ ସମୟରେ କଂଗ୍ରେସ (ଆଇଏନସି ବିହାର)ର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ୍ସ ହ୍ୟାଣ୍ଡେଲରେ ଏଆଇ ଜେନେରେଟେଡ୍ ଏକ ନକଲି ଭିଡିଓ ଜାରି କରାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ବିହାର କଂଗ୍ରେସ ଆଇଟି ସେଲ୍ ସହିତ ଜଡିତ ନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
Powered by Froala Editor