ଯୁବକଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଲେ ଦୁର୍ବୃତ୍ତ
ରାୟଗଡ଼ା : ରାୟଗଡା ଜିଲା କାଶୀପୁର ବ୍ଲକ୍ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମ ନିକଟରେ ହତ୍ୟାକାଣ୍ଡ। ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ମୃତକ ଜଣକ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି। ଦୁଇ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ଜଣକ ଡି.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟୋ ରଖିବାକୁ କହିବା ସହ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
Powered by Froala Editor