ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

ନୂଆଦିଲ୍ଲୀ: କିଛିଦିନ ହେବ କ୍ରମାଗତ ଭାବେ ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳୁଛି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳିବା ପରେ ଉତ୍ତେଜନା ଦେଖା ଦେଇଛି।
ହାଇକୋର୍ଟର ସରକାରୀ ମେଲ୍ ଆଇଡିରେ ବୋମା ବିସ୍ଫୋରଣର ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ କୋକୁଆଭୟ ଖେଳି ଯାଇଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟକୁ ଯୁଦ୍ଧକାଳିନଭିତ୍ତିରେ ଖାଲି କରାଯାଉଛି। ଖବର ପାଇ ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor