ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି: ଅମର ଶତପଥୀ
ଭୁବନେଶ୍ୱର: ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ। ପୂର୍ବତନ ଏମ୍ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର ଶତପଥୀ ।
ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି।
Powered by Froala Editor