ହୁତିର ଡ୍ରୋନ ଆକ୍ରମଣରେ ଇସ୍ରାଏଲ ବିମାନବନ୍ଦର କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ: ୟେମେନରେ ସକ୍ରିୟ ଥିବା ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ରବିବାର ହୁତି କରିଥିବା ଡ୍ରୋନ ଆକ୍ରମଣରେ ଇସ୍ରାଏଲର ଏକ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଇଲାଟ୍ ସହରସ୍ଥିତ ରୋମାନ ଏୟାରପୋର୍ଟର ଯାତ୍ରୀ ଆଶ୍ରୟସ୍ଥଳ ନଷ୍ଟ ହୋଇଛି। ଏହି ଆକ୍ରମଣ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଇସ୍ରାଏଲ ମିଲିଟାରୀ ମୁଖପାତ୍ର ହୁତିର ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିବା ସହିତ ଏହାର ତଦନ୍ତ କରାଯାଉଥିବା କହିଛନ୍ତି। ଆକ୍ରମଣ ସମ୍ପର୍କରେ ହୁତି ପକ୍ଷରୁ କୁହାଯାଇଛି ଯେ ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲ କରୁଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଏପରି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ହୁତିର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor