ଦଳ ବିରୋଧୀ କାମ ଅଭିଯୋଗ: କେ. କବିତାଙ୍କୁ ଦଳରୁ ନିଲମ୍ବିତ
ଭାରତୀୟ ରାଷ୍ଟ୍ର ସମିତି (BRS) ମଙ୍ଗଳବାର କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଛି। କବିତାଙ୍କ ଉପରେ ଦଳ ବିରୋଧୀ କାମ କରିବାର ଅଭିଯୋଗ ଆସିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କବିତାଙ୍କ ପିତା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଲମ୍ବନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ବିଆରଏସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରିଛି। ଦଳ କହିଛି ଯେ, କବିତାଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ରହିଆସିଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
କବିତା ୨୦୨୩ରେ BRSର ପରାଜୟ ପରେ କଂଗ୍ରେସକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲେ ଏବଂ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରିଥିଲେ, ଯାହାକୁ ଚନ୍ଦ୍ରଶେଖର ରାଓ ଏବଂ ଅନ୍ୟ ନେତାମାନେ ଅନୁଶାସନହୀନତା ବୋଲି ବିବେଚନା କରିଥିଲେ। ଏ ସମ୍ପର୍କରେ ଦଳ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତିରେ କବିତାଙ୍କ ଗିରଫଦାରୀ ମଧ୍ୟ BRSର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ଶୃଙ୍ଖଳା କମିଟିର ସୁପାରିଶରେ BRS କବିତାଙ୍କୁ ନିଲମ୍ବିତ କରାଯାଇଛି।
Powered by Froala Editor