ଭୂସ୍ଖଳନରେ ନିଶ୍ଚହ୍ନ ହୋଇଗଲା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ଗୋଟିଏ ପଟେ ଆଫଗାନିସ୍ତାନ ଭୂକମ୍ପର ଶିକାର ହୋଇଥିବାବେଳେ ଅନ୍ୟପଟେ ଆଫ୍ରିକୀୟ ଦେଶ ସୁଦାନରେ ପ୍ରକୃତି ତାଣ୍ଡବ ରଚିଛି। ସୁଦାନରେ ଭୂସ୍ଖଳନ ଯୋଗୁ ୧,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ସୁଦାନର ମାରା ପର୍ବତର ଦାରଫୁର ଅଞ୍ଚଳରେ ଏକ ସମ୍ପୂର୍ଣ୍ଣ ଗାଁ ଧ୍ୱଂସ ହୋଇ ଯାଇଛି।
ସୁଦାନ ଲିବରେସନ ମୁଭମେଣ୍ଟ-ଆର୍ମି ପକ୍ଷରୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦାରଫୁର ଗାଁରେ ରହୁଥିବା ପ୍ରାୟ ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚିଛନ୍ତି। ସେନା କହିଛି ଯେ ପଶ୍ଚିମ ସୁଦାନର ମାରାହ ପର୍ବତମୟ ଅଞ୍ଚଳରେ ଭୂସ୍ଖଳନରେ ଏକ ଗାଁ ନଷ୍ଟ ହୋଇଯାଇଛି ଏବଂ ଅତି କମରେ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ୩୧ ଅଗଷ୍ଟ ରାତିରେ ଘଟିଥିଲା।
ଏହା ଏକ ଗାଁକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲା ଏବଂ ତାହା କାଦୁଅରେ ପୋତି ହୋଇଯାଇଥିଲା। ଦାରଫୁର ଅଞ୍ଚଳ ବିଦ୍ରୋହୀ ଗୋଷ୍ଠୀର ନିୟନ୍ତ୍ରଣରେ ରହିଛି। ଏହି ଗୋଷ୍ଠୀ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସହାୟତା ସଂସ୍ଥାଗୁଡ଼ିକଠାରୁ ସାହାଯ୍ୟ ଲୋଡ଼ିଛି। ଭୂସ୍ଖଳନରେ ପୁରୁଷ, ମହିଳା ଏବଂ ଶିଶୁ ସମେତ ହଜାରେ ଲୋକଙ୍କର ମୃତ୍ୟୁ ଘଟିଛି। ଗାଁରେ ଗୋଟିଏ ପିଲା ବଞ୍ଚି ରହିଛି।
ସୁଦାନରେ ୨ ବର୍ଷ ଧରି ଯୁଦ୍ଧ ଚାଲିଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଅନାହାରରେ ପୀଡିତ। ଲକ୍ଷ ଲକ୍ଷ ଲୋକ ପେଟର ଭୋକ ଯୋଗୁ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି।
Powered by Froala Editor