ଧୋଲେରା ସ୍ମାର୍ଟ ସିଟି ଶୈଳୀରେ ତିଆରି କରାଯିବ ନୂଆ ଭୁବନେଶ୍ୱର
ଭୁବନେଶ୍ବର: ପୁଣି ନୂଆ ଭୁବନେଶ୍ୱର ନେଇ ସ୍ବପ୍ନ ଦେଖାଇଛି ନଗର ଉନ୍ନୟନ ବିଭାଗ। ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବା ନେଇ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି । ଏହା ଗୁଜରାଟର ଧୋଲେରା ସ୍ମାର୍ଟ ସିଟି ଶୈଳୀରେ ତିଆରି କରାଯିବ । ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସିଙ୍ଗାପୁର ସରକାର ଏହାର ଡିପିଆର ପ୍ରସ୍ତୁତ କରୁଥିବା ବେଳେ, ଆବଶ୍ୟକୀୟ ପାଣ୍ଠି ଆବଣ୍ଟନ କରାଯାଇଛି। ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ।
ଭବିଷ୍ୟତକୁ ଆଖି ଆଗରେ ରଖି, BDA ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି ବୋଲି ମନ୍ତ୍ରୀ କହିଛନ୍ତି । TP ଯୋଜନାରେ, BDA ସାଧାରଣ ଉପଯୋଗୀତା, ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛି।
ବିଡିଏର କ୍ଷେତ୍ରାଧିକାର କଟକ ସୀମା ପର୍ଯ୍ୟନ୍ତ ବିସ୍ତାର କରାଯାଇଛି । ଟିପି ସ୍କିମର କାମ ଦ୍ରୁତ ଗତିରେ ଚାଲିଛି । ଆମ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Powered by Froala Editor