ହୀରାକୁଦ ଖୋଲିଲା ଆଉ ୪ ଫାଟକ

ଭୁବନେଶ୍ବର: ଉପରମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ରବିବାର ଡ୍ୟାମର ଆଉ ୪ଟି ଫାଟକକୁ ଖୋଲି ଦିଆଯାଇଛି। ଫଳରେ ମୋଟ ୧୨ଟି ଫାଟକ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଛି।
ଶନିବାର ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଶୁକ୍ରବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଛି। ଯାହାଫଳରେ ରବିବାର ଆଉ ୪ଟି ଗେଟ୍ ଖୋଲାଯାଇଛି।
Powered by Froala Editor