ରିକ୍ସା ଚାଳକଙ୍କ ଆକ୍ରମଣରେ ଆଇନଜୀବୀ ଲହୁଲୁହାଣ
ପୁରୀ: ଲହୁଲୁହାଣ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଓକିଲ ରଘୁନାଥ ପଟ୍ଟନାୟକ । ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଜଣେ ରିକ୍ସା ଚାଳକ ତାଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ରଘୁନାଥଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ୍ ତାଙ୍କୁ ଉଦ୍ଧାର କରି ପୁରୀ ବଡ ମେଡିକାଲରେ ଭର୍ତ୍ତି କରିଛି। ଆକ୍ରମଣକାରୀ ରିକ୍ସା ଚାଳକ ଫେରାର୍ ଅଛି।
Powered by Froala Editor