ହଜିଯାଇଥିବା ଟଙ୍କାକୁ ଫେରିପାଇଲେ ଡ୍ରାଇଭର
ଭୁବନେଶ୍ବର: ମାଲିକଠାରୁ ଦରମା ପାଇବା ପରେ ଘରକୁ ଫେରୁଥିବା ଜଣେ ଗାଡ଼ି ଚାଳକଙ୍କ ହଜିଯାଇଥିବା ଟଙ୍କାକୁ ଫେରାଇଛନ୍ତି ଢେଙ୍କାନାଳ ବଳରାମପୁର ଗାଁର ଯୁବକ ଜୟନ୍ତ କୁମାର ଧଳ।
ଜୟନ୍ତ ଗତ ମାସ ୨୫ ତାରିଖରେ କଟକରୁ ଏକ ବସ୍ ଯୋଗେ ଢେଙ୍କାନାଳ ଫେରୁଥିବାବେଳେ ନିଜର ଭଳି ଦେଖାଯାଉଥିବା ଏକ ବ୍ୟାଗକୁ ଘରକୁ ନେଇ ଆସିଥିଲେ। ସେବେଠାରୁ ଆଉ ସିଏ ବ୍ୟାଗ୍ ଖୋଲି ନଥିଲେ। ଗତକାଲି ପୁରୀ ଯିବା ପାଇଁ ବାହାରିବା ସମୟରେ ହଠାତ ବ୍ୟାଗ୍ ଖୋଲି ଦେଖିବା ବେଳକୁ ସେଥିରେ ଦୁଇଶହ ଏବଂ ୫ ଶହ ଟଙ୍କିଆ ନୋଟ ଦେଖିବାକୁ ପାଇଥିଲେ। ବ୍ୟାଗ୍ ଭିତରୁ ୨୧,୫୦୦ ଟଙ୍କା ସେ ଗଣିଥିଲେ। ବ୍ୟାଗ ଭିତରେ ଥିବା ଏକ ଔଷଧ ଚିଠାରୁ ମିଳିଥିବା ମୋବାଇଲ ନମ୍ବରରୁ ବ୍ୟାଗର ପ୍ରକୃତ ମାଲିକ ଅନୁଗୋଳରେ ଗାଡ଼ିଚାଳକ ଭାବେ କାମ କରୁଥିବା ଶ୍ରୀପତି ରାଉତଙ୍କୁ ଯୋଗାଯୋଗ କରିଥିଲେ। ଜୟନ୍ତଙ୍କଠାରୁ ଖବର ପାଇ ଶ୍ରୀପତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବ୍ୟାଗକୁ ଗ୍ରହଣ କରିଥିଲେ।
Powered by Froala Editor