ଏମିତି ପ୍ରତିକ୍ରିୟା ରଖିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କଣ କହିଲେ ଜାଣନ୍ତୁ ?

ବଳଙ୍ଗା: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ। ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ପୁଣି ଅନୁରୋଧ କରିଛନ୍ତି ମୃତ ବଳଙ୍ଗା ଯୁବତୀଙ୍କ ବାପା। ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା। ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ଜଣକ।
Powered by Froala Editor