ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସୋରେନଙ୍କର ୮୧ ବର୍ଷ ବୟସରେ ସୋମବାର ପୂର୍ବାହ୍ନରେ ପରଲୋକ ଘଟିଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ଏହା ସହିତ ହେମନ୍ତ ସୋରେନଙ୍କୁ ସମବେଦନା ଜଣାଇଥିଲେ।
Powered by Froala Editor