ସେନା ଅଧିକାରୀଙ୍କ ହାଇଡ୍ରାମା : ଲଗେଜକୁ ନେଇ ମରାପିଟା, ଗୋଇଠା ବିଧା

ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ସେନା ଅଧିକାରୀଙ୍କଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ସେନା ଅଧିକାରୀଙ୍କ ଉନ୍ମତକାଣ୍ଡରେ ୪ ଜଣ ସ୍ପାଇସ୍ ଜେଟ୍ କର୍ମଚାରୀ ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ଆକ୍ରମଣ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ । କ୍ଷମତା ଠାରୁ ଅଧିକ ଓଜନର ଲଗେଜକୁ ନେଇ ଏହି ଗଣ୍ଡଗୋଳ, ମାରପିଟ ହୋଇଛି ।
ସେନା ଅଧିକାରୀ ନିଜ ଲଗେଜ ଠାରୁ ଅଧିକ ଓଜନର ଲଗେଜ ନେଇ ଯାଉଥିଲେ । ସେନାଧିକାରୀଙ୍କ ପାଖରେ ୨ଟି ବ୍ୟାଗ୍ ଥିଲା ଯାହାର ଓଜନ ଥିଲା ୧୬ କେଜି । ତେବେ କର୍ମଚାରୀ ତାଙ୍କୁ ଅଧିକ ଓଜନ ପାଇଁ ଅତିରିକ୍ତ ଚାର୍ଜ ମାଗିଥିବା ବେଳେ ସେ ଦେବାକୁ ମନା କରିବା ସହ ବଡ ପାଟିରେ ଚିଲେଇ ମାରପିଟ କରିଥିଲେ । ସିଆଇଏସଏଫ ଅଧିକାରୀ ସେନାଧିକାରୀଙ୍କୁ ଠେଲି ଠେଲି ନେଇ ଯାଉଥିବା ବେଳେ ସେ ଆହୁରି ରାଗିଯାଇ ପୁଣି ଆକ୍ରମଣ କଲେ ।
ସ୍ପାଇସ୍ ଜେଟ୍ର ଜଣେ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ କର୍ମଚାରୀଙ୍କୁ ଗୋଇଠା ଏବଂ ବିଧା ମାରିଥିଲେ। ଫଳରେ କର୍ମଚାରୀଙ୍କର ମେରୁଦଣ୍ଡ ସହ ମୁହଁରେ ଗଭୀର ଆଘାତ ଲାଗିଛି। ଜଣେ କର୍ମଚାରୀ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ତଥାପି ଉକ୍ତ ଯାତ୍ରୀଜଣଙ୍କ ତାଙ୍କୁ ଗୋଇଠା ମାରି ଚାଲିଥିଲେ। ମୁର୍ଚ୍ଛିତ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଜୋରଦାର ଗୋଇଠା ମାରିବା ଫଳରେ ତାଙ୍କ ନାକ ଓ ମୁହଁରୁ ରକ୍ତସ୍ରାବ ହୋଇଥିଲା। ଆହତ କର୍ମଚାରୀମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor