ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍, ଘର ପିଛା ୧୮ ହଜାର ଟଙ୍କା

ଜଣେ ରୋଷେୟାଙ୍କ ମାସିକ ରୋଜଗାର ଶୁଣିଲେ ହୋସ୍ ଉଡିଯିବ । ମୁମ୍ବଇରେ ରହୁଥିବା ଜଣେ ମହିଳା ଓକିଲ ଆୟୁଷୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଘରେ ଖାଦ୍ୟ ରାନ୍ଧୁଥିବା ଜଣେ ରୋଷେୟାଙ୍କ ରୋଜଗାରର ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ରୋଷେୟା ମାତ୍ର ୩୦ମିନିଟରେ କାମ ପାଇଁ ପ୍ରତ୍ୟେକ ଘରୁ ୧୮ହଜାର ଟଙ୍କା ନିଅନ୍ତି । କେବଳ ସେତିକି ନୁହେଁ, ଏହି ରୋଷେୟା ପ୍ରତିଦିନ ୧୦-୧୨ଟି ଘରେ ଖାଦ୍ୟ ରାନ୍ଧିବାର କାମ କରନ୍ତି । ଏହାସହିତ ସଂପୃକ୍ତ ରୋଷେୟାଙ୍କୁ ସବୁଠି ମାଗଣା ଖାଦ୍ୟ ଓ ଚା ମଧ୍ୟ ମିଳିଥାଏ । ଯଦି ଠିକ୍ ସମୟରେ ଦରମା ନମିଳେ, ତେବେ ଚାକିରି ଛାଡି ଦିଅନ୍ତି ବୋଲି ଆୟୁଷୀ ନିଜ ପୋଷ୍ଟରେ ଲେଖିଛନ୍ତି।
ଆୟୁଷୀ ମଜାଳିଆ ଭାବେ କହିଛନ୍ତି ଯେ ‘ଏହି ପୋଷ୍ଟ କେବଳ ଲୋକଙ୍କୁ ଆର୍ଶ୍ଚଯ୍ୟ କରିନଥିଲା ବରଂ ମୁମ୍ବଇରେ ଘରୋଇ ରୋଷେୟାଙ୍କ ରୋଜଗାର ଏବଂ ଜୀବନଶୈଳୀ ଉପରେ ମଧ୍ୟ ବଡ ବିତର୍କ ଆରମ୍ଭ କରିଛି । ଆୟୁଷୀଙ୍କ ପୋଷ୍ଟରେ ଅନେକ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ରେଷେୟାଙ୍କ ରୋଜଗାର ଏବଂ ଏତେ ଶୀଘ୍ର କାମ କରିବାର କ୍ଷମତାକୁ ଦେଖି ଚକିତ ହୋଇପଡିଛନ୍ତି ।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଜଣେ ପାର୍ଟ-ଟାଇମ୍ ରୋଷେୟା ପାଇଁ ୧୮,୦୦୦ ଟଙ୍କା? ଗୁରୁଗ୍ରାମରେ, ଏହି କାମ ୪,୦୦୦-୬,୦୦୦ ଟଙ୍କାରେ ହୋଇଯାଉଛି!' ଆଉ ଜଣେ ବ୍ୟବହାରକାରୀ ପଚାରିଛନ୍ତି, '୩୦ ମିନିଟରେ ଖାଦ୍ୟ ତିଆରି ହୋଇଯାଉଛି? ପରଟା ଏବଂ ଭଜା ପ୍ରସ୍ତୁତ କରିବାକୁ ଅତି କମରେ ୪୫ ମିନିଟ୍ ଲାଗେ!'
ଯଦି ଆମେ ଏହାକୁ ଦୃଷ୍ଟିରେ ରଖିବା ତେବେ ଏହି ରୋଷେୟା ଜଣଙ୍କ ପ୍ରତିଦିନ ୫ରୁ ୬ଘଣ୍ଟା କାମ କରି ୧.୫ରୁ ୨ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏପରି ପରିସ୍ଥିତିରେ ଅନେକ ଲୋକଙ୍କ ପାଇଁ ଏହି ଦାବି ଉପରେ ବିଶ୍ୱାସ କରିବା କଷ୍ଟକର ।
Powered by Froala Editor