ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି। ଏଥିରେ ଦେଶର ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଉତ୍ତର ପ୍ରଦେଶ ବାରଣାସୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପିଏମ୍ ମୋଦୀ ମୋଟ ୯.୭କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ମାସ ଅନ୍ତରରେ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି।
Powered by Froala Editor