ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

ନୂଆଦିଲ୍ଲୀ: ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରିବା ପରେ ଜାରି କରିଥିବା ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ତେବେ ତେଜସ୍ଵୀଙ୍କ ଏପରି ଅଭିଯୋଗକୁ ଇସିଆଇ ଖଣ୍ଡନ କରିଛନ୍ତି। ତେଜସ୍ଵୀଙ୍କ ନାମ ରହିଛି ବୋଲି ଆୟୋଗ କହିବା ସହିତ ଏହାର ଏକ ନକଲ ବାହାର କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।
Powered by Froala Editor