ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

ପାକିସ୍ତାନକୁ ଜନ୍ମ ଦେଲା କଂଗ୍ରେସ, ଦେଶର ବିଭାଜନ ପାଇଁ ବି ଦାୟୀ କଂଗ୍ରେସ। ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । ନେହରୁଠୁ ଆରମ୍ଭ କରି ରାହୁଲ ଗାନ୍ଧି ଯାଏ ଗୋଟି ଗୋଟି କରି ସବୁ କଂଗ୍ରେସ ତୁଙ୍ଗ ନେତୃତ୍ବଙ୍କ ଭୁଲକୁ ଆଜି ସଂସଦରେ ଗଣାଇଛନ୍ତି ଶାହ।
POKର ଗଠନ କେବଳ ନେହରୁଙ୍କ ପାଇଁ ହୋଇଥିଲା, ୧୯୬୫ ଯୁଦ୍ଧରେ ‘ହାଜି ପିର୍’ ଅକ୍ତିଆର କରିଥିଲା ଭାରତ କିନ୍ତୁ ୧୯୬୬ରେ ପାକିସ୍ତାନକୁ ଫେରାଇ ଦେଇଥିଲେ ନେହରୁ। ସିନ୍ଧୁ ଚୁକ୍ତିରେ ୮୦ ପ୍ରତିଶତ ସିନ୍ଧୁ ନଦୀର ପାଣି ପାକିସ୍ତାନକୁ ଦିଆଯାଇଥିଲା। ପୁଣି ସିମଲା ଚୁକ୍ତି ହେଲା କିନ୍ତୁ POK ଆଣିଲେନି। ୧୯୬୨ ଯୁଦ୍ଧରେ ୩୮ ହଜାର ବର୍ଗ କିଲୋମିଟର୍ ‘ଅକସାଇ ଚୀନ’ ଭାରତ ପାଖରେ ଥିଲା କିନ୍ତୁ ୩୮ ହଜାର ବର୍ଗ କିଲୋମିଟର୍ ଚୀନକୁ ଫେରାଇ ଦେଇଥିଲେ ନେହରୁ। ଇନ୍ଦିରାଙ୍କ ସମୟରେ ୧୯୭୧ରେ ୯୩ ହଜାର ଯୁଦ୍ଧ ବନ୍ଦୀ ପାକିସ୍ତାନର ଥିଲେ, ୧୫ ହଜାର ବର୍ଗ କିଲୋମିଟର୍ ଭାରତ ଜିତିଥିଲା। କିନ୍ତୁ ତାକୁ ବି ଫେରାଇ ଥିଲେ ଇନ୍ଦିରା। ଖାଲି ଏତିକି ନୁହେଁ, ଡୋକଲାମ୍ ସଂଘର୍ଷ ବେଳେ ରାହୁଲ ଗାନ୍ଧି ଚୀନ ରାଷ୍ଟ୍ରଦୂତଙ୍କ ସହ ମିଟିଂ କରୁଥିଲେ। ଏହା ହିଁ ଦର୍ଶାଉଛି ନେହରୁ, ଇନ୍ଦିରା, ସୋନିଆ ଏବଂ ରାହୁଲଙ୍କ ପାକିସ୍ତାନ ଓ ଚୀନ ପ୍ରୀତି ବୋଲି ଶାହ କହି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଯଦି ସେମାନେ ଦେଶ ବିଭାଜନ ପ୍ରସ୍ତାବକୁ ସ୍ବୀକାର କରିନଥାନ୍ତେ ତେବେ ଆଜି ପାକିସ୍ତାନ ହିଁ ନଥାନ୍ତା ବୋଲି କହି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ଶାହ ।
Powered by Froala Editor