ସପିଙ୍ଗ୍ ମଲ୍ରେ ନିଆଁ, ଚାଲିଗଲା ୫୦ ଜୀବନ

ନୂଆଦିଲ୍ଲୀ : ଇରାକ୍ର ଏକ ସପିଙ୍ଗ୍ ମଲ୍ରେ ନିଆଁ ଲାଗି ପ୍ରାୟ ୫୦ ଜଣଙ୍କ ଜୀବନ ଚାଲି ଯାଇଛି । ଏହି ଅଘଟଣ ଇରାକର ଅଲ କୁଟର ଏକ ସୁପରମାର୍କେଟରେ ଘଟିଛି । ନିଆଁ ଲାଗିବାର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରାଯାଇଛି । ମଲ୍ରେ ନିଆଁ ଲାଗି ଥିବାରୁ ଏଯାଏଁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଖବର ପାଇ ଅଗ୍ନିଶମ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ ମଧ୍ୟ ଅନେକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ମଲ୍ର ମାଲିକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।
Powered by Froala Editor