୨୦୦ ଟଙ୍କାରୁ ଅଧିକ ହେବନି ସିନେମା ଟିକେଟ୍

କର୍ଣ୍ଣାଟକ ସରକାର କର୍ଣ୍ଣାଟକ ସିନେମା ନିୟମ, ୨୦୧୪ରେ ସଂଶୋଧନର ପ୍ରସ୍ତାବ ରଖିଛନ୍ତି। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମନୋରଞ୍ଜନ କର ସମେତ ସିନେମା ଟିକେଟର ସର୍ବାଧିକ ମୂଲ୍ୟ ୨୦୦ ଟଙ୍କା ପ୍ରତି ଶୋ ପିଛା ଲାଗୁ କରାଯିବ।
ଏହି ମୂଲ୍ୟ ସୀମା ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଏବଂ ସମସ୍ତ ଭାଷାର ଫିଲ୍ମରେ ଲାଗୁ ହେବ। କର୍ଣ୍ଣାଟକ ସିନେମା ନିୟମ, ୨୦୨୫ ଅନୁଯାୟୀ ଗୃହ ବିଭାଗ ଦ୍ୱାରା ଜାରି ଅଧିସୂଚନା ୧୫ ଜୁଲାଇରେ ଜାରି କରାଯାଇଥିବା ଏବଂ ପ୍ରକାଶନର ତାରିଖଠାରୁ ୧୫ ଦିନ ପର୍ଯ୍ୟନ୍ତ ଜନତାଙ୍କ ପ୍ରତିକ୍ରିୟା ପାଇଁ ଖୋଲାଯାଇଛି। ପରାମର୍ଶ ଏବଂ ଅଭିଯୋଗ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ବିଧାନ ସୌଧଙ୍କ ନିକଟରେ ଦାଖଲ କରାଯାଇପାରିବ।
କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇପାରିବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଛି ।
ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ସହରୀ ମଲ୍ଟିପ୍ଲେକ୍ସରେ, ଅତ୍ୟଧିକ ଟିକେଟ ମୂଲ୍ୟ ଉପରେ ଆଙ୍କୁଶ ଲଗାଇବା ଏବଂ ସମାଜର ସମସ୍ତ ବର୍ଗଙ୍କ ପାଇଁ ସିନେମା ଟିକେଟ ମୂଲ୍ୟ ସମାନ ରଖିବାକୁ ସୁନିଶ୍ଚିତ କରିବା।
Powered by Froala Editor