ଗୁମ୍ଫାରୁ ଉଦ୍ଧାର ଋଷୀୟ ମହିଳାଙ୍କ ଗୁମର ଫିଟୁଛି, ଏମିତି କହିଲେ ସ୍ୱାମୀ...

କର୍ଣ୍ଣାଟକର ଗୋକର୍ଣ୍ଣାଠାରେ ରାମତୀର୍ଥ ପାହାଡ଼ ଉପରେ ଏକ ଗୁମ୍ଫାରେ ଦୁଇ ଝିଅଙ୍କ ସହ ରହୁଥିବା ଜଣେ ରୁଷୀୟ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଋଷୀୟ ମହିଳା ନିନା କୁଟିନ୍ ଙ୍କ ରହସ୍ୟ ଉଜାଗର ହୋଇଛି। ନିନା ତାଙ୍କ ଦୁଇ ଝିଅଙ୍କ ପିତା ଜନୈକ ଇସ୍ରାଏଲୀ ବ୍ୟବସାୟୀ ବୋଲି କହିଛନ୍ତି।
୪୦ ବର୍ଷୀୟ ନିନା କୁଟିନା ଗୋଆରୁ ବିନା ସୂଚନାରେ ତାଙ୍କ ସ୍ୱାମୀ ଡ୍ରୋର ଗୋଲ୍ଡଷ୍ଟେଇନଙ୍କୁ ନ ଜଣାଇ ଚାଲିଯାଇଥିଲେ ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ଇସ୍ରାଏଲ ନିବାସୀ ଡ୍ରୋର ଗୋଲ୍ଡଷ୍ଟେଇନ ମିଡ଼ିଆକୁ କହିଛନ୍ତି, ସେ ନିନାଙ୍କୁ ପ୍ରାୟ ଆଠ ବର୍ଷ ପୂର୍ବେ ଗୋଆରେ ଭେଟିଥିଲେ ଓ ପ୍ରେମରେ ପଡ଼ିଥିଲେ। ସେମାନେ ଭାରତ ଓ ୟୁକ୍ରେନରେ ଏକାଠି ସମୟ କାଟିଥିଲେ। ତାଙ୍କର ଦୁଇ ଝିଅ, ପ୍ରେମା (୬ ବର୍ଷ) ଓ ଆମା (୫ ବର୍ଷ)ଙ୍କୁ ଭେଟିବା ପାଇଁ ଡ୍ରୋର ଗତ ଚାରି ବର୍ଷ ଧରି ଭାରତ ଆସୁଛନ୍ତି।
ନିନା କିଛି ମାସ ପୂର୍ବେ ଗୋଆରୁ ଚାଲିଯିବା ପରେ ଡ୍ରୋର ଏକ ନିଖୋଜ ଅଭିଯୋଗ ଦାୟର କରିଥିଲେ। ଡ୍ରୋର କହିଛନ୍ତି, ସେ ତାଙ୍କ ଝିଅମାନଙ୍କ ସହ ଯୋଗାଯୋଗ ରଖିବାକୁ ଓ ମିଳିତ ଅଭିଭାବକତ୍ୱ ଚାହୁଁଛନ୍ତି। ସେ ନିନାଙ୍କୁ ପ୍ରତି ମାସ ପର୍ଯ୍ୟାପ୍ତ ଅର୍ଥ ପଠାଉଥିବା ଦାବି କରିଛନ୍ତି। ସେ ତାଙ୍କ ଝିଅମାନଙ୍କୁ ରୁଷକୁ ନିର୍ବାସନରୁ ରୋକିବା ପାଇଁ ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି।
ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ନିନାଙ୍କ ଭିସା ୨୦୧୭ ମସିହାରୁ ସମାପ୍ତ ହୋଇ ସାରିଥିଲା। ସେମାନେ ଏବେ ବେଙ୍ଗାଲୁରୁର ଏକ ଡିଟେନସନ ସେଣ୍ଟରରେ ଅବସ୍ଥାନ କରୁଛନ୍ତି।
Powered by Froala Editor