ଦୁର୍ଘଟଣାରେ ବିଶ୍ଵର ସବୁଠୁ ବୟସ୍କ ଧାବକଙ୍କ ମୃତ୍ୟୁ
ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଫୌଜା ସିଂହଙ୍କ ଦେହାନ୍ତ ହୋଇଯାଇଛି। ୧୧୪ ବର୍ଷ ବୟସରେ ଏକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ଗତ ସୋମବାର ଅପରାହ୍ନରେ ଗାଁ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫୌଜାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ସରେ ସାରା ବିଶ୍ଵର ଧାବକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଭାବେ ଫୌଜା ବିଶ୍ଵ ରେକର୍ଡ କରିଛନ୍ତି। ଏହି ଧାବକଙ୍କ ଘର ଜଳନ୍ଧରର ବିଜ୍ ପିଣ୍ଡ ଗ୍ରାମରେ। ୧୯୧୧ ଏପ୍ରିଲ ୧ରେ ଫୌଜା ସିଂହ ଜନ୍ମଗ୍ରହଣ କରିଥିଲେ। ୧୯୯୩ରେ ସେ ଇଂଲଣ୍ଡ ଚାଲିଯାଇଥିଲେ। ସେଠାରେ ୮୯ ବର୍ଷ ବୟସରେ ସେ ଯେତେବେଳେ ମାରାଥନ ଦୌଡ଼ ଆରମ୍ଭ କଲେ ସେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଲେ।
୧୦୦ ବର୍ଷ ବୟସରେ ସେ ଟରୋଣ୍ଟୋ ମାରାଥନରେ ଅଂଶଗ୍ରହଣ ୮ଘଣ୍ଟା ୧୧ ମିନିଟ ଧରି ଦୌଡ଼ିଥିଲେ। ୨୦୧୨ରେ ସେ ଶେଷ ଥର ପାଇଁ ହଂକଂରେ ଆୟୋଜିତ ଅନ୍ତର୍ଜାତୀୟ ମାରାଥନରେ ଭାଗ ନେଇଥିଲେ। ୧୦୧ ବର୍ଷ ବୟସରେ ସେ ଏହି ମାରାଥନରେ ୧୦ କିଲୋମିଟର ଦୌଡ଼କୁ ୭ ଘଣ୍ଟା ୪୯ ମିନିଟରେ ସମ୍ପନ୍ନ କରିଥିଲେ। ଫୌଜାଙ୍କ ଏହି ସଫଳତା ପାଇଁ ସେ ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଭାବେ ପରିଚୟ ହାସଲ କରିଥିଲେ। ଗତ ସୋମବାର ଗାଁ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି।
Powered by Froala Editor