ସ୍ଥଗିତ ରହିଲା ନିମିଶା ପ୍ରିୟାଙ୍କ ଫାଶୀ

ନୂଆଦିଲ୍ଲୀ: ସ୍ଥଗିତ ରହିଲା କେରଳର ନର୍ସ ନିମିଶା ପ୍ରିୟାଙ୍କ ଫାଶୀ। କେରଳ ନିବାସୀ ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ୟେମେନରେ ହେବାକୁ ଥିବା ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି। ନିମିଶା ପ୍ରିୟାଙ୍କ ବ୍ୟବସାୟିକ ସହଯୋଗୀ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ତାଙ୍କୁ ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବାର ଥିଲା। କେରଳର ପ୍ରଭାବଶାଳୀ ସୁନ୍ନି ମୁସଲିମ ନେତା କଂଥାପୁରମ ଏ ପି ଅବୁବକର ମୁସଲିୟାର ଏବଂ ଭାରତ ସରକାରଙ୍କ ହସ୍ତକ୍ଷେପରେ ହୋଇଥିବା ଆଲୋଚନା ପରେ ୟେମେନର ସ୍ଥାନୀୟ କର୍ତ୍ତୃପକ୍ଷ ନିମିଶାଙ୍କ ଫାଶୀକୁ ସ୍ଥଗିତ ରଖିଛନ୍ତି।
Powered by Froala Editor