ସାଇନା ଓ କାଶ୍ୟପ ମଧ୍ୟରେ ବିବାହ ବିଚ୍ଛେଦ
ହାଇଦରାବାଦ: ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ ଓ ବ୍ୟାଡ୍ମିଣ୍ଟନ ଖେଳାଳି ତାଙ୍କ ପତି ପାରୁପଲ୍ଲି କାଶ୍ୟପଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ୩୫ ବର୍ଷ ବୟସ୍କା ତାରକା ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ ଜରିଆରେ ଉଭୟ ପୃଥକ୍ ହୋଇଥିବା ସୂଚନା ଦେଇଛନ୍ତି। ‘ଜୀବନ ଆମକୁ କେତେବେଳେ ଭିନ୍ନ ଦିଗରେ ନେଇଥାଏ। ବହୁ ଚିନ୍ତା ଓ ବିଚାର ପରେ କଶ୍ୟପ ଓ ମୁଁ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଲୁ’ ବୋଲି ସାଇନା ଏଥିରେ ଲେଖିଛନ୍ତି। କାଶ୍ୟପ କିନ୍ତୁ ଏନେଇ କିଛି କହିନାହାନ୍ତି। ୭ ବର୍ଷର ବିବାହ ବନ୍ଧନ ପରେ ଏହି ଚର୍ଚ୍ଚିତ କ୍ରୀଡ଼ା ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସାଇନା ଓ କାଶ୍ୟପ ହାଇଦରାବାଦ୍ସ୍ଥିତ ପୁଲୈଲା ଗୋପୀଚାନ୍ଦ ଏକାଡେମୀରେ ଦୁଇ ଦଶନ୍ଧି ପୂର୍ବରୁ ଏକାଠି ପ୍ରଶିକ୍ଷଣ ନେଉଥିଲେ। ୨୦୦୪ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସାଇନା ଓ କାଶ୍ୟପ ଯେତେବେଳେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଇଥାଆନ୍ତି; ପରସ୍ପରକୁ ଯାହାଯ୍ୟ କରିଥାଆନ୍ତି। ଶେଷରେ ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସାଇନା କାଂସ୍ୟ ପଦକ ଜିତି ଐତିହାସିକ ସଫଳତା ପାଇଥିଲେ। ସେହି ଅଲିମ୍ପିକ୍ସରେ କାଶ୍ୟପ କ୍ବାର୍ଟରଫାଇନାଲ ଖେଳିଥିଲେ। ଦେଶର ପ୍ରଥମ ପୁରୁଷ ବ୍ୟାଡ୍ମିଣ୍ଟନ ଖେଳାଳି ଭାବେ ସେ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ।
Powered by Froala Editor