ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ
କାର ଦୁର୍ଘଟଣାରେ ଜଣାଶୁଣା ଷ୍ଟଣ୍ଟ କଳାକାର ଏସ.ଏମ. ରାଜୁଙ୍କ ପରଲୋକ ହୋଇଛି। ନିର୍ଦ୍ଦେଶକ ପା. ରଞ୍ଜିତ ଏବଂ ଅଭିନେତା ଆର୍ଯ୍ୟଙ୍କ ଆଗାମୀ ଫିଲ୍ମ ସେଟରେ ରାଜୁ କାର ଷ୍ଟଣ୍ଟ କରୁଥିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଯାହାଙ୍କର ଶେଷ ଏବଂ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ସାଉଥ ଅଭିନେତା ବିଶାଲ ଷ୍ଟଣ୍ଟମ୍ୟାନ୍ ରାଜୁଙ୍କ ମୃତ୍ୟୁର ଖବରକୁ ନିଶ୍ଚିତ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି।
ତାମିଲ ଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଫିଲ୍ମ ‘ଭେଟ୍ଟୁଭନ’ ସୁଟିଂ କାଳରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାର କିଛି ଭୟାନକ ଭିଜୁଆଲ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
ଏହି ଭିଡିଓରେ ଏସ.ଏମ. ରାଜୁଙ୍କୁ ତୀବ୍ରଗତିରେ ଏସୟୁଭି ଚାଳନା କରାଯାଉଥିବା ଦେଖାଯାଉଛନ୍ତି। ଏହା ପରେ ଏସୟୁଭି ଟି ଅଚାନକ ପଲଟି ଯାଉଥିୂବା ଦେଖାଯାଉଛି। ଏଥିରେ ଫିଲ୍ମ ସୁଟିଂରେ ସାମିଲ ଦଳ ବିଚଳିତ ହୋଇପଡୁଛନ୍ତି ଓ ଏସୟୁଭି ଆଡକୁ ଦଉଡୁଛନ୍ତି। ତେବେ ରାଜୁଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଉଛି।
ଦୀର୍ଘ ସମୟରୁ ଏସ.ଏମ. ରାଜୁଙ୍କ ବନ୍ଧୁ ତଥା ଅଭିନେତା ବିଶାଲ ପ୍ରଥମେ ଏହି ଦୁଃଖଦ ଖବର ପୁଷ୍ଟି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରାଯାଇଥିବା ଭାବୁକ ଶ୍ରଦ୍ଧାଞ୍ଜଳିରେ ବିଶାଳ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।
Powered by Froala Editor