ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ଚିନି, ତେଲ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ !
ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ଗୁରୁତର ଭାବେ ଚିହ୍ନଟ କରିଛି। ୨୦୫୦ ସୁଦ୍ଧା ଭାରତରେ ୪୪.୯ କୋଟିରୁ ଅଧିକ ଲୋକ ଓଜନାଧିକ ବା ମୋଟାପଣର ଶିକାର ହେବେ ବୋଲି ଅନୁମାନ କରାଯାଇଛି, ଯାହା ଆମେରିକା ପରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରଖିବ।
ଆଗକୁ ଏନେଇ ଜାରି ହେବାକୁ ଯାଉଛି ଆଡଭାରଜରୀ । ପ୍ୟାକେଟ ପଛରେ ରହିବ ଚେତାବନୀ ବୋର୍ଡ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାଗପୁରର AIIMS ସମେତ ଦେଶର ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନକୁ 'ତେଲ ଓ ସୁଗାର ବୋର୍ଡ' ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯେଉଁଥିରେ ଆପଣଙ୍କ ଜଳଖିଆରେ ଲୁଚି ରହିଥିବା ଚର୍ବି ଓ ଚିନିର ପରିମାଣ ସ୍ପଷ୍ଟ ଭାବରେ ଲେଖାଥିବ।
ବରିଷ୍ଠ ଡାଇବେଟୋଲୋଜିଷ୍ଟ ସୁନୀଲ ଗୁପ୍ତା କହିଛନ୍ତି, “ଏହା ଖାଦ୍ୟ ନିଷେଧ କରିବା ବିଷୟ ନୁହେଁ। କିନ୍ତୁ ଯଦି ଲୋକେ ଜାଣନ୍ତି ଯେ ଗୁଲାବ ଜାମୁନରେ ପାଞ୍ଚ ଚାମଚ ଚିନି ଥାଏ, ତେବେ ସେମାନେ ଦ୍ୱିତୀୟ ଥର ଖାଇବା ପୂର୍ବରୁ ଦୁଇଥର ଚିନ୍ତା କରିବେ।” ଡାକ୍ତର ଓ ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ଏହାକୁ ଡାଇବେଟିସ, ହୃଦ୍ରୋଗ ଓ ଉଚ୍ଚ ରକ୍ତଚାପ ଭଳି ଅସଂକ୍ରାମକ ରୋଗ ବିରୁଦ୍ଧରେ ଲଢ଼େଇର ଏକ ଅଂଶ ଭାବେ ଦେଖୁଛନ୍ତି, ଯାହା ଅଧିକାଂଶ ଖାଦ୍ୟାଭ୍ୟାସ ସହ ଜଡ଼ିତ।
ସରକାରୀ ଅନୁଷ୍ଠାନରେ ଏହି ବୋର୍ଡଗୁଡ଼ିକ ନାଗରିକମାନଙ୍କୁ ପାରମ୍ପରିକ ଖାଦ୍ୟ ଯେମିତି ଲଡୁ, ବଡ଼ା ପାଓ, ପକୋଡ଼ା ଆଦିରେ ଥିବା ତେଲ ଓ ଚିନିର ପରିମାଣ ବିଷୟରେ ସତର୍କ କରିବ। ନାଗପୁର ଏମ୍ସ ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି। ଏହି ଖାଦ୍ୟକୁ ତମାଖୁ ପରି ଏକ ଗମ୍ଭୀର ବିପଦ ଭାବରେ ବିବେଚନା କରାଯାଉଛି । ଏହି ବୋର୍ଡଗୁଡ଼ିକ ସରକାରୀ ପ୍ରତିଷ୍ଠାନରେ ସଠିକ୍ ଚେତାବନୀ ଭାବରେ କାର୍ଯ୍ୟ କରିବ । ଯାହା ଲୋକମାନଙ୍କୁ ଜଣାଇବା ପାଇଁ ଲଗାଯିବ ଯେ ଖାଦ୍ୟ ସାମଗ୍ରୀରେ କେତେ ଚର୍ବି ଏବଂ ଚିନି ଅଛି ଯାହାକୁ ସେମାନେ ସେମାନଙ୍କ ସଂସ୍କୃତିର ଏକ ଅଂଶ ବୋଲି ବିବେଚନା କରନ୍ତି।
Powered by Froala Editor