ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ

ରାଜଧାନୀ ଦିଲ୍ଲୀର ଦୁଇଟି ସ୍କୁଲକୁ ମିଳିଛି ବୋମା ଧମକ । ସୋମବାର ସକାଳେ ରାଜଧାନୀର ଚାଣକ୍ୟପୁରୀ ଓ ଦ୍ୱାରକା ଅଞ୍ଚଳର ଦୁଇଟି ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଦୁଇ ସ୍କୁଲକୁ ଦୁଇଟି ପୃଥକ୍ ଇମେଲ ଜରିଆରେ ଧମକ ଆସିଥିଲା । ଏହା ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଖୋଜାଖୋଜି ହୋଇଥିଲା । ତତ୍କ୍ଷଣାତ୍ ସନ୍ଧାନୀ ଦଳ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ହେଲେ, କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ବୋଲି ଦିଲ୍ଲୀ ପୋଲିସ୍ ଏକ ବିବୃତ୍ତିରେ କହିଛି ।
ପୋଲିସ୍ କହିଛି ଯେ, ଏହି ଧମକ ଆସିବା ପରେ କଣ୍ଟ୍ରୋଲ ରୁମ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ ସନ୍ଧାନୀ କୁକୁରକୁ ନେଇ ଯାଞ୍ଚ ହୋଇଥିଲା । ହେଲେ କୌଣସି ଅସ୍ୱାଭାବିକ ଦ୍ରବ୍ୟ ଠାବ ହୋଇନଥିଲା ।
Powered by Froala Editor