ହସ୍ପିଟାଲ ଛାତରୁ ଡେଇଁଲେ ରୋଗୀ

ବଲାଙ୍ଗୀର : ହସ୍ପିଟାଲ ଛାତରୁ ଡେଇଁ ରୋଗୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକ ମିଳିଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ମେଡିସିନ୍ ଓ୍ବାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ରୋଗୀ ଜଣକ ଗୁରୁତର ହୋଇଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଗୁରୁତର ରୋଗୀ ଜଣକ ପୂର୍ଣ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି। ପୂର୍ଣ୍ଣଚନ୍ଦ୍ର ଗତ ୧୨ ତାରିଖ ଦିନ ମେଡିସିନ୍ ଓ୍ବାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ପୂର୍ଣ୍ଣଚନ୍ଦ୍ର କେଉଁ କାରଣରୁ ଛାତରୁ ଡେଇଁଲେ , ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ଘଟଣା ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor