ବଲାଙ୍ଗିର-ନୂଆପଡ଼ା ନୂଆ ରେଳ ଲାଇନ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କଲା ରେଲୱେ ବୋର୍ଡ
ଭୁବନେଶ୍ବର : ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ୧୦୦କି.ମି ନୂଆ ରେଳ ଲାଇନ ନିର୍ମାଣ କରିବାକୁ ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କୁ ପ୍ରକଳ୍ପ ଖର୍ଚ୍ଚର ୫୦ପ୍ରତିଶତ ଏବଂ ମାଗଣାରେ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛି। ରାଜ୍ୟ ସରକାର ରେଲୱେ ବୋର୍ଡର ପ୍ରସ୍ତାବକୁ ଗ୍ରହଣ କରିବା ସହିତ ଏ ସଂକ୍ରାନ୍ତ ନିୟମାବଳୀ, ଡିପିଆର ଏବଂ ପ୍ରକଳ୍ପର ଆର୍ଥିକ ବ୍ୟୟ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସରୋଜ ରାଉତ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ଏହି ଚିଠି ଲେଖିଛନ୍ତି।
Powered by Froala Editor