ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ

ସୋସିଆଲ ମିଡିଆରେ ନିକଟରେ ଏକ ସିସିଟିଭି ଫୁଟେଜ୍ର ଭାଇରାଲ୍ ହେଉଛି । ଭିଡିଓରେ ଏକ ସିଂହୀ ପାକିସ୍ତାନର ଲାହୌର ବ୍ୟସ୍ତ ସଡକରେ ଜଣେ ମହିଳା ଓ ଶିଶୁଙ୍କ ଉପରେ ହଠାତ୍ ପାଚେରୀ ଡେଇଁ ଆସି ଆକ୍ରମଣ କରୁଛି । ତେବେ ଦୁଃଖର କଥା ହେଉଛି ସେଠାରେ ଉପସ୍ଥିତ ଥିବା ସିଂହର ମାଲିକ ସହ ଅନ୍ୟ ସମସ୍ତ ଲୋକମାନେ ମହିଳାଙ୍କୁ ସହାଯ୍ୟ କରିବା ପରିବର୍ତ୍ତେ କିଛି ବି ହସ୍ତକ୍ଷେପ ନକରି ମୁକ ସାକ୍ଷୀ ପାଲଟିଥିଲେ।
ଏହି ଘଟଣା ଲାହୌରର ଜୋହର ଟାଉନ ଅଞ୍ଚଳର । ଏକ ଫାର୍ମ ହାଉସ୍ରୁ ଏକ ପୋଷା ସିଂହୀ ହଠାତ୍ ଖସି ଆସି ପାଚେରୀ ଡେଇଁ ବ୍ୟସ୍ତବହୁଳ ରାସ୍ତାକୁ ପଳାଇଆସିଥିଲା। ସିଂହୀକୁ ରାସ୍ତାରେ ଦେଖି ହଠାତ୍ ସଭିଏଁ ଭୟଭୀତ ହେବା ସହ ହଇଚଇ ଓ ଚିତ୍କାର ଶୁଣାଯାଇଥିଲା।
ଫୁଟେଜରେ ଦେଖାଯାଉଛି ଯେ ସିଂହୀଟି ମହିଳାଙ୍କ ପିଠି ଉପରେ ଡେଇଁ ପଡ଼ି ତାଙ୍କୁ ତଳେ ପକାଇ ଦେଉଛି। ପୀଡ଼ିତା ଓ ତାଙ୍କର ପାଞ୍ଚ ଏବଂ ସାତ ବର୍ଷ ବୟସର ଦୁଇ ପିଲାଙ୍କ ମୁହଁ, ହାତରେ ଆଘାତ ଲାଗିଛି। ଆହତ ମହିଳା ଜଣକ ସାହାଯ୍ୟ ଭିକ୍ଷା କରୁଛନ୍ତି ଏବଂ ପାଖରେ ଥିବା ଲୋକମାନେ ଭୟରେ ଦୌଡୁଛନ୍ତି। ଘଟଣା ପରେ, ସିଂହକୁ କାବୁ କରାଯାଇଥିଲା ଏବଂ ତା'ର ମାଲିକଙ୍କ ଫାର୍ମହାଉସକୁ ଫେରାଇ ଦିଆଯାଇଥିଲା।
Powered by Froala Editor