ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କଥାବାର୍ତ୍ତା କେବଳ ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ନୁହେଁ, ବରଂ ଏହା ଭାରତର ବୈଜ୍ଞାନିକ କ୍ଷମତା ତଥା ବିଶ୍ୱ ମହାକାଶ ଗବେଷଣାରେ ଭାରତର ଅଂଶଗ୍ରହଣର ଏକ ପ୍ରତୀକ ପାଲଟିଛି।
ଆକ୍ସିଅମ୍- ୪ ମିଶନର ଅଂଶ ଭାବରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ଅଛନ୍ତି ଭାରତର ଦ୍ୱୀତିୟ ମହାକାଶଚାରୀ ଶୁଭାଂଶୁ। ବୁଧବାର ISSକୁ ଐତିହାସିକ ଯାତ୍ରାରେ ଉଡ଼ାଣ ଭରିଛନ୍ତି। ୪୧ ବର୍ଷର ବ୍ୟବଧାନ ପରେ ଭାରତର ନାଗରିକ ଭାବେ ମହାକାଶକୁ ଯାଇଛନ୍ତି ଶୁଭାଂଶୁ।
ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କଲ୍ ମାଧ୍ୟମରେ ଶୁଭାଂଶୁ ଶୁକ୍ଳାଙ୍କ ସହ କଥାବାର୍ତ୍ତା କରିବା ସମୟରେ ତାଙ୍କ ସାହସ ଏବଂ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ସାଇଟ୍ ଏକ୍ସ ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କଥାବାର୍ତ୍ତା ସମୟରେ ଶୁଭାଂଶୁ କହିଛନ୍ତି ଯେ, ମହାକାଶରୁ ଭାରତ ଭବ୍ୟ ଦେଖାଯାଉଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଜର ହାଲୱା ଏବଂ ଆମ୍ବ ରସ ମହାକାଶକୁ ନେବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଆମେରିକାର ଚାରି ସଦସ୍ୟ ବିଶିଷ୍ଟ ବହୁ-ଦେଶୀୟ କ୍ରୁ ସହିତ ଆକ୍ସିଅମ୍ ତାର ମହାକାଶ ଯାତ୍ରା ଆରମ୍ଭ କରିଛି। ଶୁଭାଂଶୁଙ୍କ ସହିତ ଏହି ମିଶନରେ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରିର ଟୋବୋର କାପୁ ଏବଂ ମିଶନ କମାଣ୍ଡର ପେଗି ହ୍ୱିଟସନ ମଧ୍ୟ ଅଛନ୍ତି।
Powered by Froala Editor