୩୦ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ସୋମବାର ୩୦ ତାରିଖ ଦିନ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଦିନ ୧୦.୩୦ ସମୟରୁ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ(କ୍ୟାପିଟାଲ ନର୍ସରୀ )ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଏହି ଅଭିଯୋଗ ଶୁଣାଣି ପାଇଁ ଶୁକ୍ରବାର ଦିନ ୧୨ଟାରୁ ପଞ୍ଜୀକରଣ ଜାରି ରହିଛି।
ଆଜିରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ପଞ୍ଜୀକରଣ, ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।
Powered by Froala Editor