ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଛାତ୍ର ଆହତ

କେନ୍ଦୁଝର : ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ଛାତ୍ର ଆହତ। କେନ୍ଦୁଝର ଜିଲ୍ଲା ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଗୃହରେ ଛାତ୍ରଛାତ୍ରୀ ମାନେ ବସିଥିବାବେଳେ ହଠାତ୍ ଛାତରୁ ପ୍ଲାଷ୍ଟର ଖସିପଡିଥିଲା। ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିଲେ। ଆହତ ଛାତ୍ର ଦିବ୍ୟାଂଶୁ ମହାନ୍ତି ବୋଲି ଜଣାପଡିଛି। ଦିବ୍ୟାଂଶୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor