ଶ୍ରମିକଙ୍କ ଉପରେ ଭୁଶୁଡ଼ିଲା ଡ୍ରେନ୍ କାନ୍ଥ, ମାଟି ଗଦା ତଳେ ଚାପି ହୋଇ ମୃତ୍ୟୁ

ବୁଧବାର ଦିନ ଛତ୍ରପତି ସମ୍ଭାଜୀନଗରର କାବରାନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ମାଟିଖନନ ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ମୁକୁନ୍ଦ ଡଗଡୁ ସାଲଭେ। ଡଗଡ଼ୁଙ୍କ ମୃତ୍ୟୁ ସମୟର ହୃଦୟ ବିଦାରକ ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କୈଦ ହୋଇଛି।
ଘଟଣାଟି ଅପରାହ୍ନରେ ଘଟିଥିଲା, ଯେତେବେଳେ ସାଲଭେ ଏବଂ ଅନ୍ୟ ଶ୍ରମିକମାନେ ଗଭୀର ଡ୍ରେନ୍ ଖୋଳିବାରେ ନିୟୋଜିତ ଥିଲେ। ହଠାତ୍ ଡ୍ରେନ୍ କାନ୍ଥର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା ଏବଂ ସାଲଭେଙ୍କ ଉପରେ ମାଟି ଏବଂ ଭଗ୍ନାବଶେଷ ପଡ଼ିଥିଲା। ଫଳରେ ସାଲଭେ ମାଟି ଗଦା ତଳେ ଚାପି ହୋଇ ଯାଇଥିଲେ ବାହାରିବାର ସୁଯୋଗ ପାଇ ନଥିଲେ।
ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସାଲଭେ ମାଟି ଗଦା ତଳେ ଚାପି ହେବା ପୂର୍ବରୁ ବାହାରକୁ ଆସିବାର ସୁଯୋଗ ମଧ୍ୟ ପାଇନଥିଲେ। ଉପରେ ଛିଡ଼ା ହୋଇଥିବା ତାଙ୍କର ସାଥୀ ଶ୍ରମିକ ଏବଂ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଭଗ୍ନାବଶେଷର ପରିମାଣ ଏତେ ଅଧିକ ଥିଲା ଯେ ସାଲଭେଙ୍କୁ ସମୟ ମଧ୍ୟରେ ବାହାର କରାଯାଇପାରିଲା ନାହିଁ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ଅଗ୍ନିଶମ ବିଭାଗ ଦଳ ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ସାଲଭେଙ୍କୁ ବାହାର କରିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସାଲଭେଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Powered by Froala Editor