ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ହୋକ୍କାଇଡୋ ତଟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଜାପାନର ପାଣିପାଗ ବିଭାଗରର ସୂଚନାନୁଯାୟୀ, ଗୁରୁବାର (୧୯ ଜୁନ୍)ରେ ହୋକ୍କାଇଡୋ ଅଞ୍ଚଳର ନେମୁରୋ ପ୍ରାୟଦ୍ୱୀପର ଦକ୍ଷିଣ-ପୂର୍ବ ତଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏଯାଏଁ ସୁନାମୀ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ମାତ୍ର ଭୂକମ୍ପ କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ ।
Powered by Froala Editor